Old Currency Notes Found Floating In Mahanadi

ସମ୍ବଲପୁରରେ ଭାସିଲା କଳା ଧନ । ମହାନଦୀରେ ଭାସିଲା ପୁଳା ପୁଳା ଅଚଳ ନୋଟ୍ । ମାରୱାଡି ପଡ଼ା ଘାଟ ଆନିକଟ ନିକଟରୁ ପୁଳା ପୁଳା ଅଚଳ ନୋଟ୍ ଭାସୁଥିବା ଦେଖିବାକୁ ମିଳିଛି । ସକାଳେ ଲୋକ ଆନିକଟ ନିକଟରେ ଗାଧୋଉଥିବା ବେଳେ ଅଚଳ ନୋଟ୍ ଭାସୁଥିବା ଦେଖିଥିଲେ । ଘଟଣା ସଂପର୍କରେ ଟାଉନ ଥାନାକୁ ଜଣାଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଚି ଭାସୁଥିବା ଟଙ୍କାକୁ ଜବତ କରିବାକୁ ଉଦ୍ୟମ କରିଥିଲେ । କିଛି ନୋଟ୍ ପୁଲିସ ଜବତ କରିଥିବା ବେଳେ ବହୁ ପରିମାଣର ଟଙ୍କା ନଦୀରେ ଭାସି ଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ବସ୍ତାଏରୁ ଅଧିକ ଟଙ୍କା, ଯାହାର ପରିମାଣ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଦେଖିଥିବା ଲୋକ । ଏତେ ପରିମାଣ ଟଙ୍କା କେଉଁଠୁ ଆସିଲା, କିଏ କାହିଁକି ଏତେ ଟଙ୍କା ପାଣିରେ ଭସାଇଦେଲେ, ଏହାର କାରଣ ଖୋଜୁଛି ପୁଲିସ । ନୋଟବନ୍ଦୀକୁ ୫୫ ଦିନ ପୂରିଥିବା ବେଳେ ନଦୀରେ ଟଙ୍କା ଭାସିବା ଘଟଣା ସମ୍ବଲପୁରବାସୀଙ୍କୁ ଚକିତ କରିଛି ।

0
1165

Sambalpur: Old currency notes of Rs 500 and Rs 1000 denomination were spotted floating in river Mahanadi at Marawadipada ghat here in the city today.

Locals informed the police after spotting the notes no-long-in use. Police have reached the spot and seized shredded old currencies.

The reason of dumping old notes is being probed, said a police official.

Notably, December 30 was the last date to deposit the old currency notes in bank. Similarly, people who have the banned notes can also exchange in RBI by March 31 with submission of an affidavit.