Suspected to be thief youth tonsured, paraded in Odisha’s Balasore

ଲେଶ୍ୱର: ପୁଣି ଆଇନକୁ ହାତକୁ ନେଲେ ଲୋକେ। ସାଇକେଲ୍‌ ଚୋର ସନ୍ଦେହରେ ଜଣେ ଯୁବକଙ୍କ ହାତବାନ୍ଧି, ତାଙ୍କ ଛାତି ଓ ପିଠିରେ ‘ମୁଁ ଚୁର’ ବୋଲି ଲେଖି ରାସ୍ତାରେ ବୁଲାଇଛନ୍ତି ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ନୂଆବଜାର ପରିବା ମାର୍କେଟରେ। ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଯୁବକଙ୍କ ମାନବିକ ଅଧିକାର ଉଲଂଘନ ହୋଇଥିବା ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକେ କହିଛନ୍ତି,“ନୂଆବଜାର ପରିବା ମାର୍କେଟରେ ଜଣେ ବ୍ୟବସାୟୀଙ୍କର ସାଇକେଲ ଚୋରି ହୋଇଯାଇଥିଲା। ଏହି ଯୁବକ ଜଣଙ୍କ ସାଇକେଲ ଚୋରି କରିଥିବା ସନ୍ଦେହ କରି ଲୋକେମାନେ ତାକୁ ପଚରାଉଚରା କରିଥିଲେ। ତାଙ୍କର କଥାବାର୍ତ୍ତା ସନ୍ଦେହଜନକ ଲାଗିଥିଲା। ପରେ ଲୋକମାନେ ତାଙ୍କ ଗଞ୍ଜିକୁ କାଢ଼ି ତାଙ୍କର ହାତ ଦୁଇଟିକୁ ବାନ୍ଧି ଦେଇଥିଲେ। ଏହାସହ ତାର ଚୁଟି ମଧ୍ୟ କାଟି ଦେଇଥିଲେ। ତା’ର ଛାତି ଓ ପିଠିରେ ‘ମୁଁ ଚୁର’ ବୋଲି ଲେଖିବା ସହ ରାସ୍ତାରେ ବୁଲାଇ ଥିଲେ। ପୂର୍ବରୁ ଲୋକେମାନେ ଯୁବକଙ୍କ ଗତିବିଧିକୁ ସନ୍ଦେହ କରୁଥିଲେ।”

0
1760

alasore: In another incident of inhuman act, locals punished a youth by tonsuring and humiliating him suspecting him to be a thief here this morning.

The incident occurred at Nuabaazar vegetable market under Sahadevkhunta police limits where the locals caught a youth in connection with a bicycle theft. Read more

watch video here