ନଭେମ୍ବର ୧୦ରେ ଶୁଭିବ ଦୀପିକା-ରଣବୀରଙ୍କ ଶୁଭ ସାହାନାଇ

0
177

ବଲିଓଡ଼୍‌ ପ୍ରେମୀ ଯୁଗଳ ଦୀପିକା ଓ ରଣବୀରଙ୍କ ବିବାହକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଥମିବାକୁ ଯାଉଛି । ଖବୁଶୀଘ୍ର ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି । ଆସନ୍ତା ନଭେମ୍ବର ୧୦ ତାରିଖରେ ରଣବୀର ସିଂହ ଦୀପିକା ପାଦୁକୋନଙ୍କ ହାତ ଧରିବେ ।

ଦୁଇ ଦିନ ପୂର୍ବରୁ ଦୀପିକା ପାଦୁକୋନ ରଣବୀର ଓ ତାଙ୍କ ସର୍ମ୍ପକକୁ ନେଇ ଘୋଷଣା କରିଥିଲେ । ସୋସିଆଲ ମିଡ଼ିଆରେ ଦୁଇ ଜଣଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ‘ମୋର’ । ଏଥିରୁ ସ୍ପଷ୍ଟ ହେଉଛି ଯେ ଦୁଇ ଜଣ ଏବେ ବିବାହ କରିବାକୁ ଯାଉଛନ୍ତି । ବିବାହ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଭାରତର ପରମ୍ପରା ଅନୁସାରେ ହେବ । ବାହାଘର ଜୟପୁର ହେବ ବୋଲି ଦୁହିଁଙ୍କ ପରିବାର ସ୍ଥିର କରୁଥିଲେ । ମାତ୍ର ତାହା ହୋଇପାରି ନାହିଁ । କିନ୍ତୁ ବିବାହ ଭୋଜି ମୁମ୍ବାଇରେ ହେବ ବୋଲି ସ୍ପଷ୍ଟ ହୋଇଛି ।

🌊

A post shared by Ranveer Singh (@ranveersingh) on

ଦୀପିକା ଓ ରଣବୀର ଲଣ୍ଡନରେ ଏକ ବଙ୍ଗଳା ମଧ୍ୟ କିଣି ସାରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ସହିତ ଦୁହିଁଙ୍କ ପରିବାର ସେଠାରେ ବାହାଘର ପାଇଁ ମଧ୍ୟ କିଣାକିଣି କରିଛନ୍ତି ।

ତେବେ ଗତ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା କି ନଭେମ୍ବର ୧୮-୨୦ରେ ବିବାହକରିପାରନ୍ତି । ବାହାଘର ମାୟାନଗରୀ ମୁମ୍ବାଇରେ ହେବ । କିନ୍ତୁ ଦୁଇ ଜଣ ବିବାହକୁ ନେଇ କିଛି ଖୁଲାସା କରି ନଥିଲେ